2014 ମସିହାରେ ମହାଲଢେଇ ପୂର୍ବରୁ ଦିଲ୍ଲୀର ଯେଉଁ ରାମଲୀଳା ମଇଦାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍ଖନାଦ କରିଥିଲେ, ଠିକ୍ ସେହିପରି 2019 ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେହିଠାରୁ ଧ୍ୱନି ଶୁଭିବ. ଶୁକ୍ରବାରଠୁ ଆରମ୍ଭ କରି ଦୁଇ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜନ ହେବାକୁ ଥିବା ବିଶାଳ ସମାବେଶରେ ଜନତାଙ୍କୁ ଜିତ୍ ର ମନ୍ତ୍ର ଦେବେ. ଅନ୍ୟପଟେ ବିରୋଧୀ କିପରି ନିଜର ପରାଜୟ ବରଣ କରିବେ ସେ ସମ୍ବନ୍ଧରେ ମଧ୍ୟ ମୋଦି ଭାଷଣ ଦେବେ. ବୈଠକରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, ସଂସଦୀୟ ବୋର୍ଡର ସଦସ୍ୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ରାଷ୍ଟ୍ରୀୟ ପରିଷଦର ସଦସ୍ୟ, ସମସ୍ତ ମେୟର ଏବଂ ଜିଲ୍ଲାସ୍ତରୀୟ ନେତା ସାମିଲ ହେବେ ବୋଲି ସୂଚନା ମିଳିଛି. ତେବେ ମୋଦି କିପରି ଜନତାଙ୍କୁ ନିଜ ମନ୍ତ୍ରରେ ମୁଗ୍ଧ କରୁଛନ୍ତି ତାହା ଦେଖିବାକୁ ରହିଲା.

 

LEAVE A REPLY

Please enter your comment!
Please enter your name here