କଂଗ୍ରେସର ବରିଷ୍ଠ ନେତା ଓ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କ ଶନିବାର ଦେହାନ୍ତ ଘଟିଥିଲା । କିଛିଦିନ ତଳେ ଶୀଲା ଦୀକ୍ଷିତଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଏବଂ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଜନୀତିରେ ଯୋଗ ଦେଇଥିବା ଶୀଲା ଦୀକ୍ଷିତଙ୍କ ସଙ୍ଗୀତ ଏବଂ ଫିଲ୍ମରେ ମଧ୍ୟ ରୁଚି ରହିଥିଲା । ପ୍ରଥମରୁ ଶୀଲାଙ୍କ ସଙ୍ଗୀତ ପ୍ରତି ବହୁ ଆଗ୍ରହ ଥିଲା । କିଛିଥର ସେ ରେଡିଓରେ ନିଜର ପସନ୍ଦର ଗୀତ ପ୍ରସାରଣ ହେବାକୁ ଅପେକ୍ଷା କରିଥାନ୍ତି । ଏହାସହ ତାଙ୍କୁ ଶାହାରୁଖ୍ ଫିଲ୍ମ ମଧ୍ୟ ବହୁ ମାତ୍ରାରେ ପସନ୍ଦ ଆସୁଥିଲା । ରାଜନୀତିର ଗତିବିଧିରେ ପସି ମଧ୍ୟ ଶାହାରୁଖଙ୍କ ଫିଲ୍ମକୁ ସେ ୨୦ ଥର ଦେଖିଛନ୍ତି । ଶୀଲା ଦୀକ୍ଷିତ ଶାହାରୁଖ୍ ଏବଂ କାଜଲଙ୍କ ଫିଲ୍ମ ‘ଦିଲ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ଫିଲ୍ମକୁ ୨୦ରୁ ଅଧିକ ଥର ଦେଖିଛନ୍ତି । ଏବଂ ଏହି ଫିଲ୍ମ ତାଙ୍କର ପ୍ରିୟ ବୋଲି ସେ କୁହନ୍ତି ।

LEAVE A REPLY

Please enter your comment!
Please enter your name here