ଆଗାମି ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ୱେଷ୍ଟଇଣ୍ଡିଜରେ ୨ ଟି ଟେଷ୍ଟ ,୩ ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଭାରତ ଖେଳିବାକୁ ଥିବା ତିନୋଟି ଯାକ ଫର୍ମାଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଦିନିକିଆ ଏବଂ ଟି-ଟ୍ୱେଣ୍ଟିରେ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଥିବାବେଳେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଏହି ଦାୟୀତ୍ୱ ତୁଲାଇବେ । ବିଶ୍ୱକପ ସମୟରେ ଆହତ କାରଣରୁ ଦଳରୁ ବାହାରେ ଥିବା ଇନ୍ ଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାୱନ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ଶିଖରଙ୍କୁ ଉଭୟ ଦିନିକିଆ ଏବଂ ଟି-ଟ୍ୱେଣ୍ଟି  ଟିମରେ ସ୍ଥାନ ମିଳିଛି । ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମ୍ ରେ ସ୍ଥାନ ମିଳିଛି । ତିନୋଟି ଫର୍ମାଟରେ ଋଷଭ ପନ୍ତଙ୍କୁ ୱିକେଟ କିପର ଭାବରେ ସ୍ଥାନ ମିଳିଛି । ରିଦ୍ଧିମାନ ଶାହାଙ୍କୁ ଟେଷ୍ଟ ଟିମ୍ ରେ ସ୍ଥାନ ମିଳିଛି । ଅଗଷ୍ଟ ୩ ତାରିଖରୁ ଭାରତ ୱେଷ୍ଟଇଣ୍ଡିଜରେ ଟି-ଟ୍ୱେଣ୍ଟିରୁ ଅଭିଯାନ ଆରମ୍ଭ କରିବ । ଅଗଷ୍ଟ ୪ ଏବଂ ୬ ରେ ଅନ୍ୟ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଅଗଷ୍ଟ ୮ ,୧୧ ଏବଂ ୧୪ ତାରିଖରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୨୨ରୁ ପ୍ରଥମ ଟେଷ୍ଟ ଏବଂ ଅଗଷ୍ଟ ୩୦ ରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଟେଷ୍ଟ ଦଳ : ବିରାଟ କୋହଲି(ଅଧିନାୟକ),ଆଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ),ଚେତେଶ୍ୱର ପୂଜାରା ,ମୟଙ୍କ ଅଗ୍ରୱାଲ,କେଏଲ ରାହୁଲ, ହନୁମା ବିହାରି ,ରୋହିତ ଶର୍ମା ,ରିଷଭ ପନ୍ତ(ୱିକେଟ କିପର),ରିଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ,ରବିନ୍ଦ୍ର ଜାଡେଜା ,କୁଳଦୀପ ଯାଦବ,ଇଶାନ୍ତ ଶର୍ମା, ମହମ୍ମଦ ଶାମି ,ୟଶପ୍ରିତ ବୁର୍ମ୍ରା,ଉମେଶ ଯାଦବ

ଭାରତୀୟ ଦିନିକିଆ ଦଳ : ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା (ଉପ- ଅଧିନାୟକ),ଶିଖର ଧାୱନ ,କେଏଲ ରାହୁଲ ,ଶ୍ରେୟଶ ଆୟର ,ମନିଷ ପାଣ୍ଡେ,ଋଷଭ ପନ୍ତ(ୱିକେଟ କିପର),ରବିନ୍ଦ୍ର ଜାଡେଜା ,କୁଳଦୀପ ଯାଦବ, ୟଶବେନ୍ଦ୍ର ଚହଲ ,କେଦାର ଯାଦବ ,ମହମ୍ମଦ ଶାମି ,ଭୁବନେଶ୍ୱର କୁମାର ,ଖଲିଲ୍ ଅହମ୍ମଦ,ନଦିପ ଶାଇନ୍

ଭାରତୀୟ ଟି-ଟ୍ୱେଣ୍ଟି ଦଳ :ବିରାଟ କୋହଲି(ଅଧିନାୟକ) ,ରୋହିତ ଶର୍ମା( ଉପ-ଅଧିନାୟକ),ଶିଖର ଧାୱନ ,କେଏଲ ରାହୁଲ୍ ,ଶ୍ରେୟଶ ଆୟର,ମନିଷ ପାଣ୍ଡେ,ଋଷଭ ପନ୍ତ(ୱିକେଟ କିପର),କୁନାଲ ପାଣ୍ଡ୍ୟା,ରବିନ୍ଦ୍ର ଜାଡେଜା,ରାହୁଲ ଚହର,ଭୁବନେଶ୍ୱର କୁମାର ,ଖଲିଲ ଅହମ୍ମଦ ,ଦିପକ ଚହର ,ନଦିପ ଶାଇନ୍ ,ୱାଶିଙ୍ଗଟନ୍ ସୁନ୍ଦର

LEAVE A REPLY

Please enter your comment!
Please enter your name here