ଶେଷରେ କଂଗ୍ରେସର ହାତ ଧରିଲେ ଓଡିଶା ଜନମୋର୍ଚ୍ଚାର ମହାସଚିବ ଯଜ୍ଞେଶ୍ୱର ବାବୁ. ସେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି. ସବୁ ଦିଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସରେ ଯୋଗ ଦେଇଛନ୍ତି. ଏହାଛଡା କଂଗ୍ରେସର ନୀତି ଓ ଆଦର୍ଶରେ ସେ ଅନୁପ୍ରାଣିତ ବୋଲି କହିଛନ୍ତି. ତାଙ୍କ ଦ୍ୱାରା ଯାହା ବି ସମ୍ଭବ ସେ କଂଗ୍ରେସ ପାଇଁ କରିବେ ଏବଂ ସବୁଦିନ ପାଇଁ କଂଗ୍ରେସ ସହ ରହିବେ ବୋଲି ପ୍ରକାଶ କରିଛନ୍ତି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଯଜ୍ଞେଶ୍ୱର ବିଜେଡିରେ ଥିଲେ ଏବଂ ପରେ ଓଡିଶା ଜନମୋର୍ଚ୍ଚା ଗଠନ ହେବା ପରେ ସେଥିରେ ଯୋଗ ଦେଇଥିଲେ.

 

 

LEAVE A REPLY

Please enter your comment!
Please enter your name here