ସୁପ୍ରିମକୋର୍ଟଙ୍କ ରାୟ ଦିଲ୍ଲୀ ଆପ୍ ସରକାର ପାଇଁ ବଡ ବିଜୟ । ଅମଲାମାନଙ୍କ ବଦଳି ଆଦେଶ କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ଏବଂ କେନ୍ଦ୍ର ସରକାରଙ୍କ ହାତରେ ଆଇନ ଶୃଙ୍ଖଳା ଦାୟିତ୍ବ ରହିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ପ୍ରଶାସନିକ ସେବା ବିଭାଗ ସଚିବ ପଦରୁ ଆଶିଷ ମୋରେଙ୍କୁ ହଟେଇଛନ୍ତି । ଆଗକୁ ଆଙୁରି ଅନେକଙ୍କୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ । କେଜ୍ରିଓ୍ୱାଲ କହିଛନ୍ତି, ଦିଲ୍ଲୀବାସୀଙ୍କ ବିକାଶ ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପରେ ବାଧା ସୃଷ୍ଟି କରୁଥିବା ଅଧିକାରୀଙ୍କୁ ସରକାର ତୁରନ୍ତ ହଟାଇବେ । ଆଜି ଏଖ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ କହିଛନ୍ତି, ସରକାର ଖୁବଶୀଘ୍ର ବଡଧରଣର ପ୍ରଶାସନିକ ଅଦଲବଦଳ କରିବେ । ସେହିପରି ଏବେ ସରକାରଙ୍କ ଅଧୀନରେ ଭିଜିଲାନ୍ସ ବିଭାଗ କାର୍ଯ୍ୟ ଆରମ୍ଭ କରୁଥିବାରୁ ଠିକ୍ ଭାବେ କାର୍ଯ୍ୟ କରୁ ନଥିବା ବାବୁମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here