କଂଗ୍ରେସର ତିନି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି ନିଜ ଦଳର ନିର୍ଦ୍ଦେଶାବଳୀକୁ ଅବମାନନା କରିବା । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।ତିନି ଜଣ ବିଧାୟକ ଓ ବିଧାୟିକା ଦଳୀୟ ହ୍ୱିପକୁ ଅବମାନନା କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି କଂଗ୍ରେସ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉପରୋକ୍ତ ମୁଖିଆଙ୍କ ତାଗିଦ ସତ୍ତ୍ୱେ ଦଳ ବିରୋଧରେ ଯାଇ ଘୋଡ଼ା ବେପାରରେ ବିକ୍ରି ହୋଇଥିଲେ ଏବଂ କ୍ରସ୍ ଭୋଟିଂ କରିଥିଲେ । ସେଥିପାଇଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ନିଲମ୍ବିତ କରାଯାଇଥିବା ଅରବିନ୍ଦ କହିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯିବ ସହିତ ସଦସ୍ୟ ପଦ ରଦ୍ଦ ପାଇଁ ଏସଆଇସିସିକୁ ଚିଠି ଲେଖାଯାଇଛି । ସେମାନେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଆଲୋଚନା ପାଇଁ ମଧ୍ୟ ବେଙ୍ଗାଲୁରୁ ଯାଇନଥିଲେ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅରବିନ୍ଦଙ୍କ କହିଛନ୍ତି, ସାମ୍ବିଧାନିକ ନିୟମାବଳୀ ଆଧାରରେ ତିନି ଜଣଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ସୁପାରିଶ କରାଯିବ । ଅତୀତରେ ଶରଦ ଯାଦବଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି ହେବ । ସେହି ଆଧାରରେ ଏମାନଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରାଯିବ ।

LEAVE A REPLY

Please enter your comment!
Please enter your name here