ପାଣି ଭିତରେ ହାତୀ ଡରିଗଲା । ଆଉ ଡରିକି ହାତୀର ହୃଦଘାତ ହେଲା ଏବଂ ହୃଦ୍ ଘାତରେ ମରିଗଲା । ମହାନଦୀ ମୁଣ୍ଡଳି ବ୍ୟାରେଜରେ ଦୀର୍ଘ ସମୟ ଧରି ପାଣି ଭିତରେ ଫସି ରହିଥିବା ହାତୀ ମରିଯିବା ପରେ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ତଥ୍ୟ ଆସିଛି । ହାତୀ ମୃତ୍ୟୁର କାରଣ ସଂପର୍କରେ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି, ହାତୀ ପାଣି ଭିତରେ ବୁଡିକି ମରିନାହିଁ । ବରଂ ମରିଗଲା ପରେ ପାଣି ଭିତରେ ବୁଡି ଯାଇଥିଲା । ହାତୀ ମୃତ୍ୟୁର ମୁଖ୍ୟ କାରଣ ହୃଦ୍ ଘାତ ବା କାର୍ଡିଆକ୍ ସକ୍ ବୋଲି କୁହାଯାଇଛି । ପାଣି ଭିତରେ ଦୀର୍ଘ ସମୟ ଧରି ଫସି ରହିବା ଏବଂ ଲୋକଙ୍କ ପାଟିତୁଣ୍ଡରେ ହାତୀ ଛାନିଆ ହୋଇଯାଇଥିବାରୁ ତାର ହୃଦଘାତ ହେଲା ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here