ଦେଶର ସବୁଠୁ ପୁରୁଣା ପାର୍ଟି କଂଗ୍ରେସରେ ଏବେ ପୁଣି ହାଇଡ୍ରାମା ଦେଖିବାକୁ ମିଳିଛି । ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ସିବଲ ବୁଧବାର ପ୍ରେସ୍ କନଫରେନ୍ସିଂ ଜରିଆରେ କଂଗ୍ରେସ ଅଧକ୍ଷ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି , ଦୁର୍ଭାଗ୍ୟ କଂଗ୍ରେସ ପାଖରେ କେହି ଅଧକ୍ଷ୍ୟ ନାହାଁନ୍ତି । କଂଗ୍ରେସ ଏବେ ମୁରବୀ ଶୂନ୍ୟ । ଗତବର୍ଷ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପାର୍ଟି ଅଧକ୍ଷ୍ୟ ନିର୍ବାଚନ ସମ୍ପର୍କରେ ସେ ଚିଠି ଲେଖିଥିଲେ । ମାତ୍ର ଏପର୍ଯ୍ୟନ୍ତ କଂଗ୍ରେସର ଅଧକ୍ଷ୍ୟ ପଦକୁ ନେଇ ଆମେ ଅପେକ୍ଷା କରି ରହିଛୁ । ଅପେକ୍ଷାର ଗୋଟିଏ ସୀମା ଥାଏ ବୋଲି ସେ କହିଛନ୍ତି । କଂଗ୍ରେସକୁ ସୁଦୃଢ ସାଙ୍ଗଠନିକ କମିଟି ଆବଶ୍ୟକ ଥିବାବେଳେ ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ପଞ୍ଜାବ ଭଳି ବିଭିନ୍ନ ପ୍ରଦେଶର ଦଳୀୟ ପ୍ରସଙ୍ଗ ଉପରେ ସିଡବ୍ଲ୍ୟୁସିରେ ବିଚାର ବିମର୍ଶ କରାଯାଇ ସମାଧାନର ବାଟ ବାହାର କରାଯାଇପାରନ୍ତା । ମାତ୍ର ତାହା ହୋଇପାରିଲା ନାହିଁ । ଆମେ ଯଦିଓ ଦଳ ସହିତ ରହିଛୁ କିନ୍ତୁ ଆମ ଦଳରେ କେହି ନିର୍ବାଚିତ ଅଧକ୍ଷ୍ୟ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here