ଆଜି ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ । ସେଥିପାଇଁ ମତଦାନ ଆରମ୍ଭ ହୋଇସାରିଛି । 2.3 ଲକ୍ଷ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରି ଲୋକପ୍ରତିନିଧି ବାଛିବେ । ସକାଳ ୧୦ଟା ୩୦ ସୁଦ୍ଧା ୧୬ ପ୍ରତିଶତ ମତଦାନ । ୧୮ ପ୍ରତିଶତ ପୁରୁଷ ଓ ୧୩ ପ୍ରତିଶତ ମହିଳାଙ୍କ ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରେ ମତଦାନ ହେବ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର କରୋନାରେ ପରଲୋକ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ଆଜି ହେଉଛି ଭୋଟିଂ । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ଉପନିର୍ବାଚନ ସ୍ଥଗିତ ରହିଥିବା ବେଳେ ପରେ କରୋନା ସଙ୍କ୍ରମଣ ପାଇଁ ନିର୍ବାଚନକୁ ସ୍ଥଗିତ ରଖିଥଲେ ନିର୍ବାଚନ କମିଶନ ।

ଶାନ୍ତିଶୃଙ୍ଖଳାର ସହ ଭୋଟ ସଂପାଦନ କରିବା ପାଇଁ ଦୁଇହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଅତିସ୍ପର୍ଶକାତର ବୁଥଗୁଡିକରେ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ମୋଟ 348 ବୁଥ ମଧ୍ୟରୁ 201ଟି ବୁଥ ହେଉଛି ସମ୍ବେଦନଶୀଳ ଅଥବା ଅତି ସମ୍ବେଦନଶୀଳ ବୁଥ୍ ।

ଆସନ୍ତା 3 ତାରିଖ ଦିନ ଭୋଟ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here