ମାଲକାନଗିରି କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ. ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ମାଲକାନଗିରି ଉପଜିଲ୍ଲାପାଳ ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି. ବିଧାନସଭା ନିର୍ବାଚନ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ. ଏହାପରେ ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ. ମାତ୍ର ଏଥିପାଇଁ ସେ କୌଣସି ଅନୁମତି ଆଣିନଥିଲେ. ଫଳରେ ଏ ନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ମାଲାଙ୍କୁ ନୋଟିସ ଜାରି ହୋଇଥିଲା. ତେବେ ମାଲା ଏହାର ଉତ୍ତର ରଖିବା ସହ ଭୁଲ ସ୍ୱୀକାର କରିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here