ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା-2023ର ଅଡିସନ ରାଉଣ୍ଡ ଫଳ ପ୍ରକାଶ ପାଇଛି । ତିନୋଟି ବର୍ଗରେ ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ଅତି ସୁନ୍ଦର ଭାବେ ଶ୍ରୀଜଗନ୍ନାଥ ଭଜନ ଗାଇ ଆମ ପାଖକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ଆସନ୍ତା 7 ତାରିଖରେ ଭୁବନେଶ୍ବର ଗୀତ ଗୋବିନ୍ଦ ଭବନରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଭାଗ ନେବେ । ଓଡିଶାର ପ୍ରତିଷ୍ଠିତ ତିନିଜଣ ସଙ୍ଗୀତ ଗୁରୁ ଏହାର ମୂଲ୍ୟାୟନ କରିବେ । ପ୍ରତି ବର୍ଗର ତିନିଜଣ କୃତି ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ –
ସବ୍ ଜୁନିଅର ଗ୍ରୁପ – ଆରୁଷିକା ମିଶ୍ର, ଭବିଷ୍ୟା ରାଉତ, ଦିବ୍ୟାଂଶି ରାଉତ, ଦିୟାଂଶି ଷଡଙ୍ଗୀ, ସାଇ ସଂପନ୍ନା ପୃଷ୍ଟି, ସାଇଶ୍ରୁତା ଚାନ୍ଦ, ସାଇ ଶ୍ରେୟାଂଶ ନାୟକ, ସାଇଶ୍ରୀ ସାହୁ, ସମୀକ୍ଷା ଦାଶ, ଶୀତଲ ପରିଡା, ସୌମ୍ୟଜିତ୍ ସାମନ୍ତରାୟ, ସୌମ୍ୟାଶ୍ରୀ ମୁଦୁଲି, ଦିବ୍ୟାଂଶୁ ଶେଖର ସାହୁ ଏବଂ ଶୁଭମ୍ କୁମାର ଶାହ ।
ଜୁନିଅର ଗ୍ରୁପ୍ – ଆଦିତ୍ୟ ପ୍ରସାଦ ସାହୁ, ଆହାନା ସ୍ବାଇଁ, ଧ୍ରୁତିଦୀପା ପାତ୍ର, ଦିବ୍ୟାଶା ପଟ୍ଟନାୟକ, ଗାୟତ୍ରୀ ଦାସ, ଓମ୍ ପ୍ରକାଶ ସେନାପତି, ରାଜନନ୍ଦିନୀ ଚୌଧୁରୀ, ସଂସ୍କୃତି ଶର୍ମା, ଶାସ୍ବତି ନାରାୟଣୀ ଆଚାର୍ଯ୍ୟ, ସୌମ୍ୟା ସାହୁ ଏବଂ ତନୁଶ୍ରୀ ଜେନା ।
ସିନିଅର ଗ୍ରୁପ – ଅଚ୍ୟୁତାନନ୍ଦ ବେଉରା, ଆରତୀ ସାହୁ, ଅଭିଷେକ ରାୟ, ମୌସୁମୀ ମହାପାତ୍ର, ପ୍ରଦ୍ୟୁମ୍ନ ରଂଜନ ସାହୁ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ପ୍ରୀତିମୟୀ ଧାରୁଆ, ସସ୍ମିତା ସାହୁ, ସତ୍ୟ ଶୁଭମ୍ ପାତ୍ର, ସତ୍ୟବ୍ରତ ଜେନା ଏବଂ ଉପାସନା ପଟ୍ଟନାୟକ ।

ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ପ୍ରତିଯୋଗୀମାନେ ଆସନ୍ତା 7 ତାରିଖ, ଅପରାହ୍ନ 4ଟାରେ ଗୀତଗୋବିନ୍ଦ ଭବନରେ ପହଞ୍ଚିବାକୁ ପଡିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here