ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ଆତଙ୍କବାଦୀ ମାସୁଦ ଅଜହରକୁ ସୁରକ୍ଷା ଦେଲା ଚୀନ. ଚତୁର୍ଥ ଥର ପାଇଁ ଚୀନ ମାସୁଦକୁ ସୁରକ୍ଷା ଦେଇଛି. ତେବେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ଥିବା ଚୀନ କହିଛି. ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଉପରେ ଚୀନ ଛଡା ଅନ୍ୟ ସମସ୍ତ ଦେଶ ସମର୍ଥନ କରୁଥିବା ବେଳେ ବାରମ୍ବାର ଚୀନ ମାସୁଦକୁ ସୁରକ୍ଷା ଦେଉଥିବା ପ୍ରକାଶ ପାଇଛି. ଚୀନର ଏହି ପ୍ରତିବନ୍ଧକ ଉପରେ ଭାରତ କ୍ଷୋଭ ପ୍ରକାଶ କରିଥିବା ବେଳେ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିବା ଅନ୍ୟ ଦେଶମାନଙ୍କୁ ଧନ୍ୟବାଦ ଅର୍ପଣ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ. ପୁଲୱାମା ଘଟଣା ପରେ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଫେବୃୟାରୀ 27 ତାରିଖରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରାଯାଇଥିଲା. ଏହି ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ସବୁ ରାଷ୍ଟ୍ରକୁ ଅନୁରୋଧ କରିଥିଲା ଭାରତ. ଏହାପରେ ମଧ୍ୟ ମାସୁଦକୁ ସୁରକ୍ଷା ଦେଲା ଚୀନ.

LEAVE A REPLY

Please enter your comment!
Please enter your name here