ଆସୁଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ. ଶେଷରେ ଆନ୍ତର୍ଜାତୀୟ ସ୍ତରରେ ଚାପ ପଡିବା କାରଣରୁ ନିଜ ଦେଶକୁ ଫେରିଆସିବେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନ. ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନା କାରଣରୁ ପାକିସ୍ତାନ ଅଭିନନ୍ଦନଙ୍କୁ ବୁଧବାର ଅଟକ ରଖିଥିଲା. ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଘୋଷଣା କରିଥିଲେ. ଆଉ ଏବେ ଭାରତ ଫେରିଆସିବେ ପାଇଲଟ ଅଭିନନ୍ଦନ ବର୍ତ୍ତମାନ.  ଶୁକ୍ରବାର ଅର୍ଥାତ ଆଜି ଦିନ ପ୍ରାୟ 3ଟାରୁ 4ଟା ମଧ୍ୟରେ ୱାଘା ସୀମାରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ସୂଚନା ଦେଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସୀମାରେ ଏୟାର ଷ୍ଟ୍ରାଇକ କରାଯାଇଥିଲା. ଏହାପରେ ପାକିସ୍ତାନର 24ଟି ଏଫ୍-16 ବିମାନ ଭାରତର ମିଲିଟାରୀ ବେସକୁ ଟାର୍ଗେଟ କରିଥିଲା. ପରେ ଭାରତ ପକ୍ଷରୁ କଡା ଜବାବ ମଧ୍ୟ ଦିଆଯାଇଥିଲା. ଏଫ-16କୁ ଟାର୍ଗେଟ କରିବାକୁ ଯାଇ ଅଭିନନ୍ଦନ ପାକିସ୍ତାନ ସୀମାରେ ପଡିଯାଇଥିଲେ. ପରେ ପାକିସ୍ତାନ ତାଙ୍କୁ ଗିରଫ କରିନେଇଥିଲା. ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସଂସଦରେ ଘୋଷଣା କରିଥିଲେ ଯେ, ଅଭିନନ୍ଦନକୁ ଶୁକ୍ରବାର ଛଡାଯିବ.

LEAVE A REPLY

Please enter your comment!
Please enter your name here