ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ, କରୋଲବାଗରେ ହୋଇଥିବା ଅଗ୍ନିକାଣ୍ଡର ନିଆଁ ନ ଲିଭୁଣୁ ଗୁରୁବାର ପୁଣି ଏକ ବଡ ଧରଣର ଅଘଟଣ ଘଟିଯାଇଛି. ଦିଲ୍ଲୀର ନାରାୟଣାସ୍ଥିତ ଏକ କାଗଜ କାରଖାନାରେ ଅଗ୍ନିକାଣ୍ଡ ଘଟିଛି. ଫଳରେ ସଂପୂର୍ଣ୍ଣ କୋଠାରେ ନିଆଁ ଲାଗିଛି. କାଗଜ କାରଖାନା ହୋଇଥିବାରୁ କିଛି ସମୟ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା. ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ, ତାକୁ ଆୟତ୍ତ କରିବା ପାଇଁ 23ଟି ଦମକଳ ବାହିନୀ ପହଞ୍ଚିଥିଲା. ସକାଳ 7.10 ମିନିଟରେ ଏହି ଅଗ୍ନିକାଣ୍ଡ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି. ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ମୃତାହତଙ୍କ ସଂଖ୍ୟା ଜଣାପଡିନାହିଁ.

 

LEAVE A REPLY

Please enter your comment!
Please enter your name here