ଆଫ୍ରିକା ଅନ୍ତର୍ଗତ ନାମ୍ବିଆରୁ ଚିତାବାଘ ଅଣାଯିବା ଲାଗି ପ୍ରସ୍ତୁତି ଶେଷ । ଆସନ୍ତା ୧୭ରେ ନାମ୍ବିଆ ରାଜଧାନୀ ୱିଣ୍ଡହୋକରୁ ଏକ ଚାଟାର୍ଡ ଫ୍ଲାଇଟରେ ଆସିବେ ଚିତାବାଘ । ବାଘ ଆଣିବା ଲାଗି ଜୁମ୍ବୋ ଜେଟର ବ୍ୟବସ୍ଥା କରାଯାଇଛି । ଏହି ବିମାନର ସମ୍ମୁଖକୁ ବାଘ ଚିତ୍ରରେ ଚିତ୍ରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଣାଯିବ ୫ଟି ମାଇ ଓ ୩ଟି ଅଣ୍ଡିରା ଚିତାବାଘ । ୱିଣ୍ଡହୋକରୁ ବାଘ ନେଇଆସୁଥିବା ବିମାନ ଜୟପୁରରେ ଅବତରଣ କରିବା ପରେ ପରେ ସେଠାରୁ ଜବଲପୁର ନିଆଯିବ । ଜବଲପୁରରେ ଏଥିଲାଗି ତିଆରି ହୋଇଛି ହେଲିପ୍ୟାଡ । ପରେ ଜୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ରଖାଯିବ । ଏଥିଲାଗି ବ୍ୟାପକ ପ୍ରସ୍ତୁତି ସରିଛି । ୧୯୫୨ରେ ଚିତା ଭାରତରୁ ବିଲୁପ୍ତ ବୋଲି ଘୋଷଣା ହୋଇଥିଲା । ତେଣୁ ସେମାନଙ୍କ ବଂଶ ବୃଦ୍ଧି ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here