ରାୟଗଡାରେ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ ୩ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରିଛି ରେଳ ବିଭାଗ । କର୍ତ୍ତବ୍ୟରେ ଅବହେଳା ପାଇଁ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଥିବା ରେଲୱେ ସୂତ୍ରରୁ ଜଣାପଡିଛି । ଦୂର୍ଘଟଣାରେ ତନାଘନା ଚଳାଇଛି ରେଳ ବିଭାଗ । କୋରାପୁଟ-ରାୟଗଡା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ଟ୍ରାକ ମରାମତି ହେବା ପରେ ହୀରାଖଣ୍ଡ-ଜଗଦଳପୁର ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ମଙ୍ଗଳବାର ଦିନ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେହି ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ମାମଲାକୁ ଗୁରୁତର ସହ ନେଇଛି ରେଳ ବିଭାଗ । ମଙ୍ଗଳବାର ଅପରାହ୍ନ ୫ଟାରେ ସମଲେଶ୍ୱରୀ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଆଉ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହା ଫଳରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ମେଂଟେନାନ୍ସ ଇଂଜିନିୟର ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଦୁର୍ଘଟଣା ପାଇଁ କର୍ତ୍ୟବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ସିଙ୍ଗାପୁର, କେଉଟଗୁଡା ଏବଂ ସିଙ୍ଗାପୁର ଷ୍ଟେସନ ମାଷ୍ଟରଙ୍କୁ ରେଳବିଭାଗ ସସପେଣ୍ଡ କରିଛି ।

LEAVE A REPLY

Please enter your comment!
Please enter your name here