ବିଳମ୍ବରେ ହେଉପଛେ ଖୋଲିଲା ସ୍କୁଲ୍ । ପାଠ ପଢିବା ପାଇଁ ଧାଇଁ ଆସିଲେ ଛାତ୍ରଛାତ୍ରୀ । ହେଲେ ପାଠ ପଢିବେ କେଉଁଠି । ନାଁ ଅଛି ସ୍କୁଲ୍ ଘର, ନାଁ ଅଛି ସ୍କୁଲର କୌଣସି ଆସବାବପତ୍ର । ପ୍ରଳୟଙ୍କରୀ ସାମୁଦ୍ରିକ ଝଡ ଫନି ସବୁ ଛାରଖାର କରିଦେଇଛି । ଭୂମି ଉପରେ ମୁହଁ ମାଡି ପଡିଛି ସ୍କୁଲର ପ୍ରବେଶ ଗେଟଠୁ ଆରମ୍ଭ କରି ସ୍କୁଲର କାନ୍ଥ । ଉଡିଯାଇଛି ଆଜବେଷ୍ଟସ, ଶ୍ରେଣୀ ଗୃହରେ କୁଢକୁଢ ଅଳିଆ ଏବେବି ପଡିରହିଛି । ପାଠ ପଢିବା ତ ଦୂରର କଥା,ସ୍କୁଲ ଭିତରକୁ ଯିବାକୁ ବି ଭୟ ଲାଗିବ । କାରଣ ଭାଙ୍ଗି ଓହଳି ଥିବା ଆଜବେଷ୍ଟସ କେତେବେଳେ ଉପରେ ପଡିବ କହିବା ମୁସ୍କିଲ । ସ୍କୁଲ ଖୋଲିଲା ପରେ ପିଲାଙ୍କ ପାଠ ପଢା ପଛରେ ରହିନଯାଉ,ସେଥିପାଇଁ କଲ୍ୟାଣମଣ୍ଡପ ଏବଂ ବାତ୍ୟା ଆଶ୍ରୟସ୍ଥଳିରେ ଚାଲିଛି ପାଠପଢା । ଏହା ହେଉଛି ନିମାପଡା ବ୍ଲକର ଘଟଣା । ନିମାପଡାରେ ମୋଟ ୩୧୬ ସ୍କୁଲ ଥିବାବେଳେ ପ୍ରଳୟଙ୍କରୀ ବାତ୍ୟା ଫନିରେ ୧୯୪ ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ସେଥିମଧ୍ୟରୁ ପଚାଂୟତ ପଚଂଶକ୍ତିବିଦ୍ୟାପିଠ , ଭଗବତୀ ପୁର ଉଚ୍ଚ ବିଦ୍ୟାଳୟ ,ଗଡତୋରିହଁ ଉଚ୍ଚ ବିଦ୍ୟାପିଠ ଏବଂ ଏହିପରି ୧୦ଟି ସ୍କୁଲ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୨୧ ତାରିଖରେ ସ୍କୁଲଖୋଲିବା ପରଠୁ କଲ୍ୟାଣମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ପାଠପଢା । ଏନେଇ ଛାତ୍ରଛାତ୍ରୀଏବଂଶିକ୍ଷକଶିକ୍ଷୟିତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍କୁଲର ଅବସ୍ଥା ନେଇ ଭଗବତୀପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାରମ୍ବାର ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ ବ୍ଲକଗ୍ରାଣ୍ଟ ସ୍କୁଲ ହୋଇଥିବାରୁଏହି ସ୍କୁଲ ପାଇଁ କୌଣସି ଅନୁଦାନ ଆସିନାହିଁ ବୋଲି ମନା କରିଦେଇଛନ୍ତି ।
ବିଡିଓଙ୍କ ଉତ୍ତର ହେଉଛି ସ୍କୁଲ ଘର ସମ୍ପୁର୍ଣ୍ଣରୂପେ ଭାଙ୍ଗି ଯାଇ ଥିବାରୁ ମରାମତିସମ୍ଭବ ନୁହେଁ । ନୂଆସ୍କୁଲ ଘର ତିଆରି ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବାତ୍ୟା ଆଶ୍ରୟସ୍ଥଳଏବଂକଲ୍ୟାଣମଣ୍ଡପରେ ପାଠପଢାହେବ ।

LEAVE A REPLY

Please enter your comment!
Please enter your name here