କାଳିଆକୁ ଦର୍ଶନ କରିବା ପାଇଁ କୋଲକାତା ଦମଦମରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି. ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ 13 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ପ୍ରାୟ ଭୋର୍ ସମୟରେ ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଗୋଟିଏ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଏକ ଟୁରିଷ୍ଟ ବସ୍. ତେବେ ଅତ୍ୟଧିକ କୁହୁଡି ଥିବା ହେତୁ ଏପରି ହୋଇଥିବା କୁହାଯାଇଛି. ଅନ୍ୟପଟେ 50 ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ 13 ଜଣ ଆହତ ହୋଇଛନ୍ତି. ଖବର ପାଇବା ମାତ୍ରେ ପୋଲିସ ଓ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରଥିଲେ ଏବଂ ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here