ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନର ଫଳାଫଳ ଆସିଲା । ଦୀର୍ଘ କିଛିଦିନ ଧରି ସାରା ଓଡିଶାରେ ଚର୍ଚ୍ଚାରେ ଥିବା ପାଟକୁରାବାସୀ ତାଙ୍କର ପ୍ରତିନିଧୀ ଚୟନ କରିସାରିଛନ୍ତି । ପ୍ରାୟ ୧୭ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମାତ ଦେଇ ପାଟକୁରାର ହର୍ତ୍ତା କର୍ତ୍ତା ଦଇବ ବିଧାତା ସାଜିଲେ ସାବିତ୍ରୀ ଅଗ୍ରୱାଲ । ବିଜୟୀ ହେବା ପରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ପାଟକୁରାବାସୀଙ୍କୁ ଏହି ବିଜୟର ଶ୍ରେୟ ଦେଇଛନ୍ତି । ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ଓ ଭରସା ରଖି ତାଙ୍କୁ ଟିକେଟ ଦେଇଥିଲେ ଏବଂ ପାଟକୁରାବାସୀ ମଧ୍ୟ ମୋ ପ୍ରତି ସେମାନଙ୍କର ଭଲପାଇବାକୁ ଭୋଟ ମାଧ୍ୟମରେ ପରିଣତ କରିଥିବା କହିଛନ୍ତି ସାବିତ୍ରୀ । ପାଟକୁରାରେ ବିଜୟ ହେବ ବୋଲି ପୂର୍ବରୁ ଜାଣିଥିଲି କାରଣ ପାଟକୁରାବାସୀ କର୍ମରେ ବିଶ୍ୱାସ କରନ୍ତି । ଏହି ବିଜୟ ମାଧ୍ୟମରେ ପାଟକୁରାବାସୀ ସମସ୍ତଙ୍କୁ ଜଣାଇଦେଲେ ପାଟକୁରାବାସୀ ସାବିତ୍ରୀ ଅଗ୍ରୱାଲଙ୍କର ଏବଂ ସାବିତ୍ରୀ ଅଗ୍ରୱାଲ ପାଟକୁରାବାସୀଙ୍କର । ପାଟକୁରାରେ କର୍ମର ବିଜୟ ହୋଇଛି । ଜିତିବାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ସାବିତ୍ରୀ ଅଗ୍ରୱାଲ ।

LEAVE A REPLY

Please enter your comment!
Please enter your name here