ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । କୁଡୁମି ସଂପ୍ରଦାୟର ମମତାଙ୍କୁ ବିଜେଡି 2020ରେ ରାଜ୍ୟସଭାକୁ ପଠାଇଥିଲା । 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିବା ବେଳେ ଆଜି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ଚି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ମମତାଙ୍କ ଇସ୍ତଫା ଦେବା ବିଷୟ ରାଜ୍ୟସଭାରେ ସୂଚନା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡି କଣ ପାଇଁ ରାଜ୍ୟସଭା ସାଂସଦ ପଦରୁ ମମତାଙ୍କୁ ଇସ୍ତଫା ଦେବାକୁ କହିଲା ? ଇସ୍ତଫା ପଛର କାରଣ କଣ ହୋଇପାରେ ? ଏବେ ରାଜ୍ୟ ବିଧାନସଭାରେ ବିଜେଡିର ସ୍ଥିତି ଯାହା, ସେଥିରେ ରାଜ୍ୟସଭାକୁ ଜଣଙ୍କୁ ପଠାଇବା ସହଜ ନୁହେଁ । ବିଜେପି ବିଧାୟକଙ୍କ ବିନା ସମର୍ଥନରେ ଏହା ସମ୍ଭବ ହୋଇ ନ ଥିବାରୁ ବିଜେଡି ଚାପରେ ଥିବା ଅନୁମାନ କରାଯାଉଛି । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ବେଳେ ବିଜେଡି ବିଜେପିକୁ ସମର୍ଥନ ଦେଇଥିଲା । ସେଇ ଫର୍ମୁଲାରେ ହୁଏତ ବିଜେଡି ବିଜେପି ସହ କିଛି ବୁଝାମଣା କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ରାଜ୍ୟଭାରେ ବିଜେପି ନିଜ ସ୍ଥିତି ସୁଦୃଢ କରିବା ପାଇଁ ମମତାଙ୍କ ଇସ୍ତଫା ଗୋଟେ ରାଜନୈତିକ ଚାଲ୍ ହୋଇଥାଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଇସ୍ତଫା ପରେ ମମତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡିରୁ ଇସ୍ତଫା ଦେଇ ମମତା ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here