ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୨୨୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୫୬ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ-୨୬୭ , କନ୍ଧମାଳ-୧୭୯, ସୁନ୍ଦରଗଡ-୧୪୫,କଟକ-୧୩୧, କୋରାପୁଟ-୯୭, ମାଲକାନଗିରି-୬୪, ଯାଜପୁର-୬୦, ଭଦ୍ରକ-୬୫, ବାଲେଶ୍ୱର-୫୯, ସୋନପୁର-୫୭, ରାୟଗଡା-୫୫, ନୟାଗଡ-୫୬, କଳାହାଣ୍ଡି, ଢେଙ୍କାନାଳରୁ ୩୯ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର-୪୨, ସମ୍ବଲପୁର-୩୮, ମୟୂରଭଞ୍ଜ-୩୭, କେନ୍ଦ୍ରାପଡା-୨୯, ବଲାଙ୍ଗୀର ଓ ବରଗଡରୁ ୨୭ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର-୨୩, ବୌଦ୍ଧ-୨୨ । ଦେଓଗଡ, ନୂଆପଡାରୁ ୧୬, ନବରଙ୍ଗପୁର-୧୮, ଝାରସୁଗୁଡା ଓ ଗଜପତିରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୬୫୩ । ୧୫୮୦୮ ଆକ୍ଟିଭ କେସ୍ ରହିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୬,୪୭୮ ।
ସେପଟେ ରାଜ୍ୟରେ ୯ ଜଣ କରୋନାରେ ଆଖି ବୁଜିଛନ୍ତି । ଗଞ୍ଜାମରୁ ୩, ମୟୂରଭଞ୍ଜ ଓ କଟକରୁ -୨, ସୁନ୍ଦରଗଡ , କନ୍ଧମାଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟ ମୋଟ କରୋନା ମୃତ୍ୟୁ ଜନିତ ସଂଖ୍ୟା ୩୧୪ ରେ ପହଁଞ୍ଚିଛି ।

LEAVE A REPLY

Please enter your comment!
Please enter your name here