ଦିନ ପରେ ଦିନ ଗଡୁଛି । କ୍ୟାମେରାମ୍ୟାନ ମାନସଙ୍କ ମୃତ୍ୟୁକୁ ୭ ଦିନ ପୁରିବାକୁ ବସିଲାଣି । ହେଲେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଖୋଜି ପାରିନି ପୋଲିସ । ଏବେ ବି ରହସ୍ୟ ଘେରରେ ରହିଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ମୋଡ ଆସୁଛି । ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ ଫେରାରକୁ ନେଇ ବଢୁଛି ସନ୍ଦେହ । କୁଆଡେ ଗଲେ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କ ଫେରାର ପଛରେ କେଉଁ ବଡ ବଡିଆଙ୍କ ହାତ ରହିଛି । ପୋଲିସର ତଦନ୍ତ ପରିସରକୁ କେବେ ଆସିବେ ଶର୍ମିଷ୍ଠା ରାଉତ । ଏକ ସମ୍ବେଦନଶୀଳ ଭିଡିଓକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି । ତେବେ ସେ ଭିଡିଓରେ କଣ ରହିଥିଲା । ପୋଲିସ ସ୍ପେଶାଲ ସ୍କ୍ୱାଡ ଗଠନ କରି ତଦନ୍ତ ଚଳାଇଛି । ଅନ୍ୟପଟେ ପୁଅକୁ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୃତ ମାନସଙ୍କ ମା’ ।