ଆଜିକାଲି ସୋସିଆଲ ନେଟୱାର୍କିଂ ସାଇଟରେ ବିଭିନ୍ନ ପ୍ରକାର ଆପ୍ ଉପଲବ୍ଧ ହେଲାଣି, ଯାହା ମାଧ୍ୟମରେ ସବୁ କିଛି ଜାଣି ହେଉଛି. ସେ ସତ ହେଉ କି ମିଛ, ସମସ୍ତେ ତାକୁ ବ୍ୟବହାର କରୁଛନ୍ତି ଆଉ ତାର ମଜା ମଧ୍ୟ ନେଉଛନ୍ତି. ଏହାଛଡା ଆପ୍ ସାହଯ୍ୟରେ କିଏ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ ତାହା ମଧ୍ୟ ଜାଣିହେଉଛି. ତେବେ ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଛନ୍ତି. ଆଉ ଗବେଷଣାରୁ ଜଣାପଡିଛି ଯେ, ଡିଏନଏ ବିଶ୍ଲେଷଣ ସାହାଯ୍ୟରେ ଜଣେ ବ୍ୟକ୍ତି କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ ତାହା କୁହାଯାଇପାରିବ. ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଏହା ଉପରେ ଅଧ୍ୟୟନ କରାଯାଇ ସ୍କୋରିଂ ସିଷ୍ଟମ ବାହାର କରାଯାଇଛି, ଯାହା ଜର୍ନାଲ ଲାଇଫରେ ପ୍ରକାଶ ପାଇଛି.

 

 

LEAVE A REPLY

Please enter your comment!
Please enter your name here