ଆରମ୍ଭ ହୋଇଛି ଓକିଲମାନଙ୍କ ପ୍ରତିବାଦ ସଭା । ଭୁବନେଶ୍ୱରରୁ ଆରମ୍ଭ କରି ସମ୍ବଲପୁର ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରୁଛନ୍ତି ଆଇନଜୀବିମାନେ । ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ପ୍ରତିବାଦ ସଭା ଆରମ୍ଭ ହୋଇଛି । ଏନେଇ ସମ୍ବଲପୁରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ ରଖାଯାଇଛି । କିଛି ମହିଳା ଆଇନଜୀବି ବିଚାରପତିଙ୍କୁ ଆଜି କୋର୍ଟ ବନ୍ଦ କରିବାକୁ ଅନୁରୋଧ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସମ୍ବଲପୁର କଚେରି ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଧାରଣା ଦେଇଥିଲେ। ସେହି ସମୟରେ ବିଚାରପତି ମାନେ କୋର୍ଟକୁ ଯିବା ବେଳେ କମିଟି ସଦସ୍ୟମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଥିଲେ।

LEAVE A REPLY

Please enter your comment!
Please enter your name here