ରାଜ୍ୟର କିରୋସିନ ହିତାଧିକାରୀଙ୍କ ପାଇଁ ବଢିଲା ସମସ୍ୟା । ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢେଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନକାଳରେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୩ କୋଟିରୁ ଉର୍ଦ୍ଧ ଲୋକଙ୍କୁ କିରୋସିନ ଦିଆଯାଉଛି । ହିତାଧିକାରୀ ମାନେ ଅଢେଇ ଲିଟର କିରୋସିନ ପାଉଥିଲେ କିନ୍ତୁ କେନ୍ଦ୍ର ସରକାରଙ୍କ ବର୍ତ୍ତମାନ କିରୋସିନ କୋଟା କମାଇଦେଇଛନ୍ତି । ଯାହା ଫଳରେ ହିତାଧିକାରି ମାନଙ୍କୁ ଅଗଷ୍ଟ ମାସରୁ ଅଢେଇ ଲିଟର ପରିବର୍ତ୍ତେ ଦୁଇ ଲିଟର କିରୋସିନ ମିଳିବ । ଅନ୍ୟପଟେ ରାଜ୍ୟରେ ବିନାକାର୍ଡ ଧାରୀ ହିତାଧିକାରିଙ୍କୁ ଅଣ ରିହାତି ଦରରେ କିରୋସିନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଅଣ ରିହାତି କିରୋସିନ କେଉଁ ଜିଲ୍ଲାରେ କେତେ ପରିମାଣରେ ଆବଶ୍ୟକ ସେନେଇ ଏକ ତାଲିକା ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗକୁ ଦେବାପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here