କୋଲକାତାର ହାୱଡାର ଶଙ୍କରାଇରେ ସଡକ ଦୁର୍ଘଟଣାରେ ୫ ଓଡିଆ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ଯାଜପୁର ,ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଏକ କାରରେ ୮ ଜଣ ଯୁବକ ହାୱାଡା ଅଞ୍ଚଳରେ ଏକ ଭୋଜିରେ ଯୋଗଦେବାକୁ କୋଲକାତା ଯାଇଥିଲେ । ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here