ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗାଁରେ ଅଭାବନୀୟ ଘଟଣା । ଆଜିକାଲି ଅନେକ ଲୋକମାନେ ଗୁଣିଆଙ୍କୁ ଅନ୍ଧଭଳି ବିଶ୍ୱାସ କରି ଆସୁଛନ୍ତି । ତେବେ ରାୟଗଡା ପୂଜାରୀଗୁଡା ଗାଁରେ ଗୁଣିଗାରେଡି ସନ୍ଦେହ କରି ଗାଁରୁ ୪ଟି ପରିବାରକୁ ବାସନ୍ଦ କରାଯାଇଛି । ଗାଁର ଠାକୁରାଣୀ ପୂଜକଙ୍କୁ ଗୁଣି କରାଯାଇଛି । ଫଳରେ ଗାଁର ଚିନ୍ତାମଣୀ କଣ୍ଡାଗୋରୀ ଓ ହରାବତୀ ଏବଂ ଅନ୍ୟ ଦୁଇ ପରିବାରକୁ  ଗୁଣିଆ ସନ୍ଦେହରେ ମାରପିଟ୍ କରିବା ସହ ଗାଁରୁ ବାହାର କରିଦେଇଛନ୍ତି । ୪ଟି ପରିବାର ଅନ୍ୟକିଛି ଉପାୟ ନପାଇ ଭୟବିତ ହୋଇ ଅନ୍ୟ ଏକ ଗାଁରେ ଆଶ୍ରୟ ନେଇଛନ୍ତି । ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ଗତ ୯ ତାରିଖରେ ଚାନ୍ଦିଲି ଥାନାରେ ୧୯ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଗତ ମଙ୍ଗଳବାର ରାତିରେ କିଛି ଗାଁ ଲୋକ ୪ ପରିବାରଙ୍କ ଘରଦ୍ୱାର ଭାଙ୍ଗି ଦେଇଛନ୍ତି ବୋଲି ପୋଲିସ ପାଖକୁ ଅଭିଯୋଗ ଆସିଛି ।

LEAVE A REPLY

Please enter your comment!
Please enter your name here