ଆଜିକାଲି ଯୁଗ ଯେପରି ହେଲାଣି ସମସ୍ତେ ଅନଲାଇନରେ କାମ କରିବାକୁ ପସନ୍ଦ କରୁଛନ୍ତି. କାର୍ଯ୍ୟ ବ୍ୟସ୍ତତା ପାଇଁ ସପିଂ ଠାରୁ ଆରମ୍ଭ କରି ଖାଦ୍ୟ ଅର୍ଡର ମଧ୍ୟ ଅନଲାଇନରେ ହିଁ କରୁଛନ୍ତି. ମାତ୍ର ଅନଲାଇନରେ ଅର୍ଡର କରୁଥିବା ଖାଦ୍ୟ ମଧ୍ୟ ସବୁବେଳେ ଠିକ୍ ନଥାଏ. ଅନଲାଇନ ଫୁଡ କମ୍ପାନୀ ଯେତେବେଳେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଭଲ କହୁଛନ୍ତି, ପ୍ରକୃତରେ ସେପରି ହେଉନାହିଁ. ଠିକ୍ ଏଭଳି ଏକ ଘଟଣା ଘଟିଛି ଚେନ୍ନାଇର ବାଲାମୁରୁଗନ ଦିନଦୟାଲନଙ୍କ ସହ. ସେ ସ୍ୱିଗି ମାଧ୍ୟମରେ ‘ଚପ୍ସ ଆଣ୍ଡ ଷ୍ଟିକ୍ସ’ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରିଥିଲେ. ଅର୍ଡର ଆସିବା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା. ଯେତେବେଳେ ସେ ଅଧା ଖାଇବା ଖାଇସାରିଥିଲେ ପରେ ସେଥିରୁ ଯାହା ବାହରିଲା ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ରହିଗଲେ. ସେଥିରୁ ରକ୍ତ ଲାଗିଥିବା ଏକ ବ୍ୟାଣ୍ଡେଜ ବାହାରିଥିଲା. ଏହା ଦେଖିବା ପରେ ସେ ଉକ୍ତ ରେସ୍ତୋରାଁ ଯାଇ ଏ ବିଷୟରେ ପଚାରିଥିଲେ. ମାତ୍ର ସେଠାରେ ଏ ବିଷୟରେ କେହି କିଛି ଜବାବ ଦେଇନଥିଲେ. ପରେ ସେ ସ୍ୱିଗି କଷ୍ଟୋମର କେୟାରକୁ ଫୋନ କରିଥିଲେ. ସେଠାରୁ ବି କିଛି ପ୍ରତିକ୍ରିୟା ତାଙ୍କୁ ମିଳିନଥିଲା. କେଉଁଆଡୁ ସାହାଯ୍ୟ ନ ପାଇବା ପରେ ସେ ବାଧ୍ୟ ହୋଇ ସ୍ୱିଗିର ଅଫିସିଆଲ ପେଜରେ ଏହାକୁ ପୋଷ୍ଟ କଲେ. ଏହା ଦେଖିବା ପରେ ଉକ୍ତ ରେସ୍ତୋରାଁର ଆସିଷ୍ଟାଣ୍ଟ ମ୍ୟାନେଜର ତାଙ୍କୁ ଭୁଲ ମାଗିଲେ ଓ ତାଙ୍କ ପଇସା ଫେରାଇବା ପାଇଁ କହିଲେ.

 

LEAVE A REPLY

Please enter your comment!
Please enter your name here