ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । ପ୍ରତି ଭୂମିହୀନ ଚାଷୀ ପାଇବେ ୫ ହଜାର ଟଙ୍କା । ପ୍ରାୟ ୪ ଲକ୍ଷ ଚାଷୀ ଏହି ଟଙ୍କା ପାଇବେ । ସେହିପରି ଦ୍ବିତୀୟ ପର୍ୟ୍ୟାୟର କାଳିଆ ଟଙ୍କା ଆସନ୍ତା ୨୨ ତାରିଖରେ ଦିଆଯିବ । ଦ୍ବିତୀୟ ପର୍ୟ୍ୟାୟରେ ୧୪ ଲକ୍ଷ ଚାଷୀ କାଳିଆ ଟଙ୍କା ପାଇବେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । କିଷାନ ଯୋଜନାର ହିତାଧିକାରୀ ଚୟନ ନେଇ ତର୍ଜମା ଚାଲିଛି । କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here