ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜଲାନ୍ସ ଟିମ୍। କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା। ତଲାସ ବେଳେ ତଦନ୍ତକାରୀମାନେ ଦୁଇଟି କୋଠା, ଭୁବନେଶ୍ୱରରେ ସାତଟି ପ୍ଲଟ୍ ଓ ତାଙ୍କ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାସହ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଓ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଭିଜିଲାନ୍ସ ହାତରେ ଜବତ କରିଥିଲା। ଭିଜିଳାନ୍ସ ଅଧିକାରୀମାନଙ୍କୁ ତହସିଲଦାର ପ୍ରସନ୍ନ ସାମନ୍ତରାୟ ଏହି ସମ୍ପତ୍ତିର ସ୍ପଷ୍ଟୀକରଣ ଦେଇ ନପାରିବାରୁ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ପିଏସ୍ କେସ୍ ନଂ ୧୨/୨୦୨୬ ପଞ୍ଜୀକୃତ କରିଛି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।












