ବଢିଲା ବାର୍ଦ୍ଧକ୍ୟ ଭତ୍ତା । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା । ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ପାଇବେ । ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୃଦ୍ଧମାନେ ୭୦୦ ଟଙ୍କା ଭତ୍ତା ପାଇବେ । ଏହାଫଳରେ ରାଜ୍ୟର ୪୮ ଲକ୍ଷ ବୃଦ୍ଧ ,ବୃଦ୍ଧା ଦିବ୍ୟାଙ୍ଗ ଓ ଅସହାୟ ଉପକୃତ ହେବେ । ଫେବ୍ରୁଆରୀ ୧୫ରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି, ସାମାଜିକ ସୁରକ୍ଷା ଯୋଜନାରେ ସବୁ ହିତାଧିକାରୀଙ୍କର ୨୦୦ ଟଙ୍କା ଲେଖାଏଁ ଭତ୍ତା ବୃଦ୍ଧି କରାଯାଇଛି । ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ଗରିବ ଲୋକଙ୍କ କଲ୍ୟାଣ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ଏବଂ ଆପଣ ଭଲରେ ରହିଲେ ତାହା ମୋର ସବୁଠାରୁ ବଡ ଖୁସିବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here