ଚନ୍ଦକା ଜଙ୍ଗଲ ଭିତରୁ ଗୋଟିଏ ନର କଙ୍କାଳ ମିଳିଥିବା ଘଟଣାରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧା କଙ୍କାଳ ମାଟିରେ ପୋତା ଯାଇଥିବା ବେଳେ ମୁଣ୍ଡ, ଖପୁରି, ମାଢ଼ି ଓ ଜଂଘ ହାଡ଼ ଜଙ୍ଗଲ ଭିତରେ ଏଣେତେଣେ ପଡ଼ିଥିଲା।ସ୍ଥାନୀୟ ଲୋକ ଘଟଣାକୁ ଦେଖି ଭୟଭୀତ ହୋଇପଡ଼ିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଚନ୍ଦକା ଜଙ୍ଗଲରୁ ମିଳିଥିବା କଙ୍କାଳ କାହାର ଏବଂ କାହାରିକୁ ହତ୍ୟା କରାଯାଇଛି ନା କେହି ମଲା ପରେ ଶରୀର ନଷ୍ଟ ହୋଇ କଙ୍କାଳ ଏଭଳି ପଡ଼ି ରହିଛି । ଲୋକେ ସନ୍ଦେହ କରୁଥିବା ବେଳେ ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫରେନସିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।କଙ୍କାଳଟିର ଅଧା ଅଂଶ ମାଟିରେ ପୋତି ହୋଇ ରହିଥିବା ବେଳେ ନିକଟରେ ବିଛାରି ହୋଇ ପଡ଼ିଛି ମୁଣ୍ଡ, ଖପୁରି ଓ ଅନ୍ୟ ହାଡ଼ । ଏହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ଚନ୍ଦକା ଜଙ୍ଗଲରେ କାହାରିକୁ କୌଣସି ଜନ୍ତୁ ଶିକାର କରିଥିବା ନେଇ ବି ଅନୁମାନ କରାଯାଉଛି ।













