ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ପରଲୋକ । ଗତକାଲି ରାତିରେ ସେ ତାଙ୍କ ଘରେ ନାତି ନାତୁଣୀଙ୍କ ସହ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ହୃଦଘାତରେ ବିରଜୁ ମହାରାଜଙ୍କ ବିୟୋଗ ଘଟିଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା । କଥକ ନୃତ୍ୟ ପାଇଁ ଦେଶ ବିଦେଶରେ ବେଶ୍ ସୁନାମ ଅର୍ଜନ କରିଥିବା ବିରଜୁ ମହାରାଜଙ୍କୁ ଦେଶର ସମ୍ମାନଜନକ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମହାରାଜଙ୍କ ବିୟୋଗରେ ସାରା ଦେଶରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here