ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡା ପୋଲିସ 6 ଜଣଙ୍କୁ ଗିରଫ କରିଛି. ଗତକାଲି ଖବର ପାଇ ପୋଲିସ ରାୟଗଡାର ଏକ ହୋଟେଲ ଉପରେ ଚଢାଉ କରିଥିଲା ଓ ହୋଟେଲରୁ 6 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା. ସେମାନଙ୍କଠାରୁ 16 କିଲୋ 100 ଗ୍ରାମ ଗଞ୍ଜେଇ ସମେତ ପୋଲିସ 6ଟି ମୋବାଇଲ ଓ 2 ହଜାର ଟଙ୍କା ଜବତ କରିଛି. ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ ମୁଖୀ, ଶ୍ୟାମବିହାରୀ ଯାଦବ. ସୁନିଲ ଦାସ, ସନ୍ଦିପ ପାଣ୍ଡେ ଓ ଶେଖ ସହିଦ. ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦୀପକ ମୁଖୀର ନାଁରେ ପୂର୍ବରୁ ଥାନାରେ 11ଟି ମାମଲା ରହିଛି. ତେବେ ଗତ ଦୁଇ ଦିନ ତଳେ ଅଭିଯୁକ୍ତମାନେ ମାଲକାନଗିରିରୁ ଗଞ୍ଜେଇ ନେଇ ଝାଡଖଣ୍ଡକୁ ଚାଲାଣ କରୁଥିଲେ. ଏବେ ପୋଲିସ ଏହି ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.

LEAVE A REPLY

Please enter your comment!
Please enter your name here