ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ପ୍ରିୟଦର୍ଶିନୀଙ୍କୁ ବିଭତ୍ସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା । ମୃତ ପ୍ରିୟଦର୍ଶିନୀଙ୍କ ସହ ଜଗନ୍ନାଥଙ୍କର ପ୍ରେମ ସମ୍ପର୍କ ରହିଥିଲା । ବିବାହ ପୂର୍ବରୁ ଦୁଇ ଜଣଙ୍କର ସମ୍ପର୍କ ଥିଲା । ତେବେ ବିବାହ ପରେ ସମ୍ପର୍କ ରହିନଥିଲା । ଗତବର୍ଷ ଲକଡାଉନ୍ ସମୟରୁ ପୁଣି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ତେବେ ସମ୍ପର୍କରେ ତିକ୍ତତା ଆସିବାରୁ ଜଗନ୍ନାଥ ରାଗିଯାଇ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here