ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ସିପିଆଇଏମ. ଏହାକୁ ନେଇ ଚନ୍ଦକାଠାରୁ ରାଜଭବନ ପର୍ଯ୍ୟନ୍ତ ଏକ ପଦଯାତ୍ରା ବାହାରିଥିଲା. ଯେଉଁଥିରେ ଅନେକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ. ସମସ୍ତ ବାସହୀନଙ୍କୁ ବାସଗୃହ ଯୋଗାଇଦେବା,ଭୂମିହୀନଙ୍କୁ ସରକାରୀ ଜମି ବଣ୍ଟନ ହୋଇଥିବା ଲିଜ୍ ବାତିଲ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା, ଆଦିବାସୀଙ୍କୁ ସମୟ ସୀମା ମଧ୍ୟରେ ଜାତି ସାର୍ଟିଫିକେଟ ପ୍ରଦାନ କରିବା, ‘ସଅର’ମାନଙ୍କୁ ଆଦିବାସୀ ମାନ୍ୟତା ଦେଇ ଏସ.ଟି ତାଲିକାଭୁକ୍ତ କରାଇବା, ଶ୍ରମିକଙ୍କ ଦୈନିକ ମଜୁରୀ 600ଟଙ୍କା ଧାର୍ଯ୍ୟ କରିବା ଭଳି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ସିପିଆଏମ.

 

LEAVE A REPLY

Please enter your comment!
Please enter your name here