ଭୁୁବନେଶ୍ୱର : ଜନଗଣନା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାକୁ ଦୃଷ୍ଟିରେ ରଖି ଏଭଳି କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପ୍ରିଲ ୧ରୁ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ ଅବଧି କେନ୍ଦ୍ରସରକାରଙ୍କ ପକ୍ଷରୁ ସ୍ଥିର ହୋଇଥିଲା । ଜନଗଣନା ପ୍ରକ୍ରିୟାରେ ୩୦ଲକ୍ଷ ଲୋକ ନିୟୋଜିତ ହେବେ ଏବଂ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବାକୁ ପଡିବ । ଯେଉଁଥିରେ ଉଭୟ କର୍ମଚାରୀ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ରହିଛ ବୋଲିିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ସମୟରେ ଜନଗଣନା ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here