ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ । ଆସ୍ଥା ଭୋଟ ପୂର୍ବରୁ ନିଜ ଇସ୍ତଫା ଦେଇଛନ୍ତି କମଲନାଥ । ଆଜି ୧ଟାରେ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ନିଜର ଭୋପାଳ ସ୍ଥିତ ବାସଭବନରେ ଏକ ପ୍ରେସମିଟ କରି ନିଜ ଇସ୍ତଫା ବାବଦରେ ଘୋଷଣା କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅନ୍ୟ ୨୨ଜଣ ବିଧାୟକଙ୍କ ଇସ୍ତଫା ପରେ କମଲନାଥଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇବାରୁ ସେ ପଦରୁ ଇସ୍ତଫା ଦେଇଛନ୍ତି । ସେ ୧୦ ମିନିଟର ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସରକାରଙ୍କ ଉପଲବ୍ଧି ବାବଦରେ କହିଥିଲେ । ସେ କହିଛନ୍ତି ବିଜେପି ୧୫ ବର୍ଷରେ ଯାହା ନ କରିଛି ତାଙ୍କ ସରକାର ୧୫ ମାସରେ କରିଦେଖେଇଛି । ତାଙ୍କ ସରକାର ଚାଷୀମାନଙ୍କର ଉନ୍ନତି ପାଇଁ କାମ କରିଛି, ରାଜ୍ୟରେ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ବିଜେପି ଷଢଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି ।

LEAVE A REPLY

Please enter your comment!
Please enter your name here