ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଜମିବାଡିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପରିବାର. ଫଳରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇ 8 ଜଣ ଆହତ ହୋଇଥିବା ସୂଚନା ମିଳିଛି. ଏଭଳି ଅଭାବନୀୟ ଦୃଶ୍ୟ ସୋର ଅଞ୍ଚଳର ଖଣ୍ଡାସାହି ଗାଁରେ ଦେଖିବାକୁ ମିଳିଛି. ସୂଚନା ଅନୁସାରେ, ଉକ୍ତ ଗାଁରେ ବାସ କରୁଥିବା ଦୁଇ ପରିବାର ମଧ୍ୟରେ ଅନେକ ଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା. ମାତ୍ର ଗୁରୁବାର ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଅନେକ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା. ପରେ ପରିସ୍ଥିତି ଏଭଳି ଭୟଙ୍କର ହୋଇଥିଲା ଯେ, ଦୁଇ ପରିବାର ନିଜ ନିଜର ଶତ୍ରୁ ପାଲଟି ଯାଇଥିଲେ. ଏଥିରେ ପରିବାରର 8 ଜଣ ଆହତ ହୋଇଥିବା ସୂଚନା ମିଳିଛି ଓ ସମସ୍ତ ଆହତଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି.