ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ମିଳିତ ଭାବରେ ଜମ୍ମୁ କଶ୍ମୀରରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସୂଚନା ଅନୁଯାୟୀ, ବୁଖାର ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି। ୧୪-୧୫ ମାର୍ଚ୍ଚ ମଧ୍ୟବର୍ତ୍ତୀ ରାତ୍ରିରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଜମ୍ମୁ କଶ୍ମୀର ପୁଲିସର ଗୁଇନ୍ଦା ସୂଚନା ଆଧାରରେ ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଓ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ନିହତ କରିଥିଲେ।ବୁଖାରା ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିଛି। ଭାରତୀୟ ସେନା ଗୁପ୍ତ ସୂଚନା ପାଇଥିଲା ଯେ କିଛି ଲୋକ ସୀମା ପାର ହୋଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି। ଏହା ପରେ, ସେନା ସେହି ଅଞ୍ଚଳରେ ଏକ ନଜର ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ଜମ୍ମୁସ୍ଥିତ ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଅପରାହ୍ନ ପ୍ରାୟ ୩ଟାରେ ଝାଙ୍ଗର ନିକଟରେ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦେଖାଯାଇଥିଲା। ଏହି ଅଞ୍ଚଳ ନୌଶେରା ସେକ୍ଟରରେ ଏଲଓସି ନିକଟରେ ଅବସ୍ଥିତ।ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଯାହା ପରେ ଏକ ଏନକାଉଣ୍ଟର ହୋଇଥିଲା।ସେନା ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।













