ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ବିଶ୍ବକପ୍ କ୍ରିକେଟ ଫାଇନାଲରେ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମ କ୍ରିକେଟ ପ୍ରେମୀଙ୍କୁ ନେଇ ପୁରା ଭରପୁର ରହିଛି । ଆଜିର ବିଶ୍ବକପ୍ କ୍ରିକେଟ ଫାଇନାଲକୁ ଦେଶବ୍ୟାପୀ ଉତ୍ସାହ ଦେଖାଦେଇଛି । ଏପର୍ଯ୍ୟନ୍ତ ବିଶ୍ବକପରେ ସମସ୍ତ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ରହିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଛି ।
ଭାରତ ବିଶ୍ବକପ୍ ଜିତିବା ପାଇଁ ଦେଶବ୍ୟାପୀ ମନ୍ଦିର, ମସଜିଦ, ଚର୍ଚ୍ଚରେ ପୂଜା ପ୍ରାର୍ଥନା ଚାଲିଛି । କୋଉଠି ଲୋକେ ଦେଶର ବିଜୟ ପାଇଁ ଦୀପଦାନ କରୁଛନ୍ତି ତ କୋଉଠି ଯଜ୍ଞ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here