ରାଜଧାନୀ ପରେ ଧଳା ଜହର ଚେର ଆରମ୍ଭ ହୋଇଥିବା ଜଳେଶ୍ୱରରୁ ମଧ୍ୟ ବ୍ରାଉନ ସୁଗାର ଜବତ ହୋଇଛି. ଝାଡେଶ୍ୱରପୁର ନାମକ ବସ୍ତିରେ ଏହି ବେପାର କରାଯାଉଥିଲା. ସେଠାରେ ଏହି କାରବାର ଚାଲୁଥିବା ଅବକାରୀ ବିଭାଗ ସୂଚନା ପାଇଥିଲା. ପରେ ଯୋଜନା ମୁତାବକ  ଚଢଉ କରଯାଇଥିଲା. ଫଳରେ ପଶ୍ଚିମବଙ୍ଗର ଅନୀଲ ଖଟିକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ପଚରାଉଚୁରା ଆରମ୍ଭ କରିଛି. ମିଳିଥିବା ସୂଚନା ଅନୁସାରେ, ଅନିଲ ପଶ୍ଚିମବଙ୍ଗରୁ ଏହି ଦ୍ରବ୍ୟ ନେଇ ଫେରୁଥିବା ସମୟରେ ଝାଡେଶ୍ୱରପୁର ବସ୍ତିରେ ପହଞ୍ଚିବା ପୂର୍ବରୁ ଖଡଗପୁର ଷ୍ଟେସନରେ ଅବକାରୀ ବିଭାଗ ପହଞ୍ଚି ତାକୁ କାବୁ କରିନେଇଥିଲେ. ତେବେ 23 ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here