ଆଜି ଜାତୀୟ ସିନେମା ଦିବସ । ଭୁବନେଶ୍ୱରରେ ସବୁ ହଲରେ ଦର୍ଶକଙ୍କ ଖଚାଖଚ ଭିଡ । ଆଉ ଫିଲ୍ମ ଦେଖିବା ପାଇଁ ଦେବାକୁ ପଡୁଛି ମାତ୍ର ୭୫ ଟଙ୍କା । ସିଙ୍ଗଲ ଷ୍କ୍ରିନ୍ , ମଲ୍ଟିପ୍ଲେସରେ ଫିଲ୍ମକୁ ଭରପୁର ଉପଭୋଗ କରୁଛନ୍ତି ଲୋକେ । ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସିନେମା ହଲରେ ଦେଖି ପାରିବେ ଦର୍ଶକ। ସାରା ଭାରତ ବର୍ଷରେ ପାଳନ ହେଉଛି ଜାତୀୟ ସିନେମା ଦିବସ। ଦର୍ଶକଙ୍କ ପାଇଁ ଏକ ନିଆରା ଅନୁଭୂତି ଦେବାକୁ ଏପରି ପ୍ରୟାସ କରିଛନ୍ତି ମଲ୍ଟି ପ୍ଲେକ୍ସ ମାଲିକ ସଂଘ।

PVR, INOX, CINEPOLIC, Cineplex ସମେତ ସମସ୍ତ ବଡ଼ ସିନେମା ଥିଏଟରରେ, ଯେକୌଣସି ଶୋ’ର ଟିକେଟ ଦର ୭୫ ଟଙ୍କା ରହିଛି। ଖାଲି ମଲ୍ଟି ପ୍ଲେକ୍ସ ନୁହେଁ, ସାଧାରଣ ହଲ୍ ବା ଯାହାକୁ ସିଙ୍ଗିଲ ସ୍କ୍ରିନ କୁହାଯାଏ ସେଠି ବି ୭୫ ଟଙ୍କା ରହିଛି ଟିକେଟ ମୂଲ୍ୟ। ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ମଜା ନେଉଛନ୍ତି ଦର୍ଶକ।

LEAVE A REPLY

Please enter your comment!
Please enter your name here