ଭୁବନେଶ୍ବର – କଏଦୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କ ଭିତରେ ସକରାତ୍ମକ ମନୋଭାବ ବୃଦ୍ଧି କରିବା ପାଇଁ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର ଫ୍ରେଣ୍ଡ୍ସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରୋଟାରିଆନ ଧର୍ମେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ କ୍ଲବ ପକ୍ଷରୁ ଏକ ଭଲିବଲ୍ କିଟ୍ ଭୁବନେଶ୍ବର ସ୍ଥିତ ଝାରପଡା ଜେଲ୍ ସୁପରିଣ୍ଟେଡେଣ୍ଟଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରିଆନ ଅନିର୍ବାଣ ପଟ୍ଟନାୟକ, ରୀନା ରବିଚନ୍ଦର, ଉମାଶଙ୍କର ପଟ୍ଟନାୟକ ଓ ଆଶୀଷ ଦେ ପ୍ରମୁଖ ସହାୟତା କରିଥିଲେ ।













