ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିକୁ ମିଳିଛି ବଡ ଝଟକା । ଟିଏମସିର ରାଜ୍ୟସଭା ସାଂସଦ ବେନଜୀର ନୁର ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି । ସୁଚନା ଅନୁଯାୟୀ ମୌସମ ନୂର କଂଗ୍ରେସରୁ ଟିଏମସିରେ ମିଶିଥିଲେ, ମୌସମ ନୂର ମାଲଦାର ଖାନ ଚୌଧୁରୀ ପରିବାରର ଅଟନ୍ତି। ତେଣୁ କଂଗ୍ରେସକୁ ଭାବେ ମଜବୁତି ମିଳିବ ବୋଲି ମଧ୍ୟ କୁହାଯାଉଛି । ଏହା ସହିତ ମୁସଲିମ ଇଲାକାରେ କଂଗ୍ରେସର ଉତ୍ସାହ ମଧ୍ୟ ବଢିବ ।ନୂର କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ନେତା ଜୟରାମ ରମେଶ, ପାର୍ଟି ସାଧାରଣ ସଂପାଦକ ତଥା ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ଓ ପ୍ରଦେଶ କଂଗ୍ରେସର ସଭାପତି ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ମିଶିଛନ୍ତି । ନୂରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲରେ ସରୁଛି । ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟିରୁ ମାଲଦାରୁ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇ ସାରିଛନ୍ତି । ସେ ୨୦୧୯ରେ କଂଗ୍ରେସ ଦଳ ଛାଡି ଟିଏମସିରେ ମିଶିଥିଲେ ଏବଂ ପରେ ପାର୍ଟି ତାଙ୍କୁ ୨୦୨୦ରେ ରାଜ୍ୟସଭାକୁ ମନୋନୀତ କରିଥିଲା ।














