ବିଜେପି ଛାଡିଲେ ବିଧାୟକ । ଉତ୍ତରପ୍ରଦେଶରେ ଜଣକ ପରେ ଜଣେ ବିଧାୟକ ବିଜେପି ଛାଡିବାରେ ଲାଗିଛନ୍ତି । ଆଜି ବିଧାୟକ ମୁକେଶ ବର୍ମା ଓ ବିଧାୟକ ବିନୟ ଶାକ୍ୟ ଟ୍ବିଟ୍ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଫଳରେ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ବିଜେପି ଛାଡିଥିବା ବିଧାୟକଙ୍କ ସଂଖ୍ୟା 8 ରେ ପହଞ୍ଚିଲାଣି । ମାସକ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ୟୁପି ବିଜେପିରେ ଯେମିତି ନିଆଁ ଲାଗିଯାଇଛି । ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ହୁତୁ ହୁତୁ ହୋଇ ଜଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଦଳର ଇସ୍ତଫା ଦେଉଥିବା ବିଧାୟକଙ୍କ ଧାଡି ଲାଗିଛି । ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନରେ ପଛୁଆ ବର୍ଗ ଓ ଦଳିତମାନେ ଅବହେଳିତ ହୋଇଆସିଛନ୍ତି ଏବଂ ସରକାରରେ ସେମାନଙ୍କ କଥା କେହି ଶୁଣୁନାହାଁନ୍ତି ବୋଲି କହିଛନ୍ତି । ତେବେ ବିଜେପି ଛାଡିଥିବା ବିଧାୟକମାନେ ସେମାନଙ୍କ ପରବର୍ତ୍ତୀ ରଣନୀତି ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନ ଥିଲେ ହେଁ ଅଖିଳେଶଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here