ପୁଣିଥରେ ଟ୍ରମ୍ପଙ୍କ ଚୀନ୍ ଉପରେ ଟାରିଫ୍ ଧମକ। ନଭେମ୍ବର ୧ରୁ ଚୀନ୍ ଉପରେ ୧୫୫% ଶୁକ୍ଳ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି, ଗତ କିଛି ବର୍ଷ ଧରି ଚୀନ୍ ଆମେରିକା ପ୍ରତି କଠୋର ହୋଇଛି ଏବଂ ଅନ୍ୟ ଦେଶମାନେ ଆମଠାରୁ ଫାଇଦା ଉଠାଇଛନ୍ତି। ବର୍ତ୍ତମାନ ଏହି ପରିସ୍ଥିତି ରୋକିବାକୁ ହେବ।ରୁଷର ସର୍ବବୃହତ ତୈଳ ଆମଦାନୀକାରୀ ଭାବରେ ଚୀନ୍‌ର ଭୂମିକାକୁ ନେଇ ଟ୍ରମ୍ପ ଅସନ୍ତୋଷ ଜାହିର କରି ଆସୁଛନ୍ତି। ଟ୍ରମ୍ପ ଚୀନ୍ ସହ ସମ୍ପର୍କ ଖରାପ୍ କରୁଥିବା ବେଳେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ ଚେଷ୍ଟା କରୁଛନ୍ତି। ଦୀପାବଳି ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ମାଧ୍ଯମରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ଓ ଦୁଇ ଦେଶର ମିତ୍ରତାକୁ ଆଗକୁ ବଢାଇବା ପ୍ରତିଶ୍ରୁତି ଦେଇଥିଲେ।ଟ୍ରମ୍ପ ବୁଧବାର ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଘୋଷଣା କରିଥିଲେ ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଚମତ୍କାର ବ୍ୟକ୍ତି ଏବଂ ସମୟ ସହିତ ବହୁତ ଭଲ ବନ୍ଧୁ ହୋଇଯାଇଛନ୍ତି। ଟ୍ରମ୍ପ କହିଛନ୍ତି ଆମର ବାଣିଜ୍ୟକୁ ନେଇ ଆଲୋଚନା ହୋଇଥିଲା । ରୁଷରୁ ତେଲ କ୍ରୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ପୁଣି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ, ସେ ରୁଷରୁ ଅଧିକ ତେଲ କିଣିବେ ନାହିଁ। ଟ୍ରମ୍ପ ପୂର୍ବରୁ ମଧ୍ୟ ଏପରି ଦାବି କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି।

LEAVE A REPLY

Please enter your comment!
Please enter your name here