ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି । କେଉଁ କଳାକାରମାନେ ଏହି କାରବାରରେ ସମ୍ପୃକ୍ତ ଥିଲେ ସେମାନଙ୍କର ବିରୋଧରେ ତଦନ୍ତକୁ ଗତୀଶିଳ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଯାଞ୍ଚରୁ ବଲିଉଡର ଏକାଧିକ ବଡ ବଡ ନାଁ ସାମ୍ନାକୁ ଆସିଥିବାବେଳେ ଧିରେ ଧିରେ ଆହୁରି କିଛି ପ୍ରତିଷ୍ଠିତ କଳାକାର ଚେହାରଙ୍କ ଉପରୁ ପରଦା ହଟୁଛି । ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍‌, ରକୁଲ ପ୍ରିତ ସିଂଙ୍କ ଭଳି ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ବଲିଉଡର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ହୋଇସାରିଛି । ଖୁବଶିଘ୍ର ତାଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବା ପାଇଁ ସମନ କରିପାରେବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିସ୍ମାଙ୍କ ସହ ସମ୍ପର୍କରେ ଥିଲେ । ତାଙ୍କୁ ଡଗ୍ସ ମାଗିଥିବା ଚାଟ ଏବେ ଏନସିବି ହାତରେ ଲାଗିଛି । ତେବେ ଚାଟରେ ସେ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ କରୁଛି ଏନସିବି ।

LEAVE A REPLY

Please enter your comment!
Please enter your name here