କ୍ରିଡା ହେଉ ଅବା ସଂଗୀତ କିମ୍ବା ଅଭିନୟ କ୍ଷେତ୍ରରେ ଦିନକୁ ଦିନ ଓଡିଶା ଝିଅ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରୁଥିବା ଦେଖିବାକୁ ମିଳିଛି. ଯେ କୌଣସି କ୍ଷେତ୍ର ହେଉ ସେମାନେ ସଫଳ ହୋଇ ଓଡିଶା ପାଇଁ ଗୌରବ ଆଣୁଛନ୍ତି. ଠିକ୍ ସେହିଭଳି ପୁଣି ବଲିଉଡରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର. ହଁ, ସୁଶ୍ରୀ ହେଉଛନ୍ତି ସିଏ, ଯିଏ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗୀତାରେ ଓଡିଶାକୁ ଉପସ୍ଥାପିତ କରିଛନ୍ତି ଏବଂ ଓଡିସାକୁ ଗୌରବାନିତ୍ୱ କରାଇଛନ୍ତି. ସେ ଶାହାରୁଖ ଖାନ ଅଭିନୀତ ଫିଲ୍ମ ‘ଜିରୋ’ରେ ନଜର ଆସିଛନ୍ତି. 2015 ମସିହାରେ ମିସ୍ ୟୁନାଇଟେଡ କଣ୍ଟିନେଣ୍ଟରେ ତୃତୀୟ ରନର୍ସ ଅପ୍ ପାଇଥିବା ସୁଶ୍ରୀ ‘ଜିରୋ’ ରେ ଅଭୟ ଦେଓଲଙ୍କ ବିପରୀତରେ ନଜର ଆସିଛନ୍ତି. ଏହାଛଡା ସେ ଆଲିଆ ଭଟ୍ଟଙ୍କ ସହ ବିଭିନ୍ନ ବିଜ୍ଞାପନ ମଧ୍ୟ କରିଥିବା ଦେଖିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here