ଲଢୁଆ ବିମାନ ତେଜସରେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ. ବେଙ୍ଗାଲୁରୁ ଆୟୋଜିତ ଏୟାର ସୋ’ରେ ଲଢୁଆ ବିମାନ ତେଜସରେ ଉଡାଣ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ. ଉଡାଣ କରିବା ପରେ ସିନ୍ଧୁ ବହୁତ ଖୁସି ଥିବା ବେଳେ ତାଙ୍କ ଯାତ୍ରା ବହୁତ ଭଲ ଥିଲା ବୋଲି ପ୍ରକାଶ କରିଛନ୍ତି. ବିମାନ ଚଢିବା ପରେ ସିନ୍ଧୁ  ଏକ ଡ୍ୟାମ ଉପର ପର୍ଯ୍ୟନ୍ତ ବିମାନକୁ ନେଇଥିଲେ ଏବଂ ଦୃତ ବେଗରେ ତାକୁ ବୁଲାଇ ଫେରିଥିଲେ. ପାଖାପାଖି 5 ମିନିଟ ପର୍ଯ୍ୟନ୍ତ ସିନ୍ଧୁ ବିମାନରେ ଉଡାଣ କରିଥିଲେ. ତେବେ ଏହି ଉଡାଣ ପାଇଁ ଡିଆରଡିଓଙ୍କୁ ଧନ୍ୟବାଦ ଦେଇଛନ୍ତି ସିନ୍ଧୁ. ସିନ୍ଧୁ ବହୁତ ସହଜରେ ତେଜସକୁ ଉଡାଇଥିବା ପ୍ରକାଶ କରିଛନ୍ତି ତାଙ୍କ ସହ ଥିବା ୱିଙ୍ଗ କମାଣ୍ଡର ସିଦ୍ଧାର୍ଥ.

LEAVE A REPLY

Please enter your comment!
Please enter your name here